Categories: ଜାତୀୟ

୨୧ ଦିନରେ ତେଜସ୍‌ର ଲାଭ ୭୦ ଲକ୍ଷ

ନୂଆଦିଲ୍ଲୀ,୧୧।୧୧: ଦେଶର ପ୍ରଥମ ଘରୋଇ ଟ୍ରେନ୍‌ ତେଜସ୍‌ ୨୧ ଦିନରେ ୭୦ ଲକ୍ଷ ଟଙ୍କାର ଲାଭ କରି ପାରିଛି। ଅକ୍ଟୋବର ୫ରୁ ଏହାର ଯାତ୍ରା ଆରମ୍ଭ କରିଥିଲା। ଅକ୍ଟୋବର ୨୮ ସୁଦ୍ଧା ଏହା ୩,୭୦ କୋଟି ଟଙ୍କାର ଟିକେଟ ବିକ୍ରି କରିଥିଲା। ତେଜସ୍‌ ଏଭଳି କରି ଏକ ରେକର୍ଡ କରିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଏହି ଟେନ୍‌ରେ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟ, ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ବୀମା ଏବଂ ବିଳମ୍ବ ହେଲେ ଯାତ୍ରୀଙ୍କୁ କ୍ଷତିପୂରଣ ଦିଆଯିବାର ସୁବିଧା ରହିଛି।

Share