Categories: ଜାତୀୟ

୨୧ ବର୍ଷରେ ବିଚାରପତି

ଜୟପୁର,୨୨-୧୧:ରାଜସ୍ଥାନ ରାଜଧାନୀ ଜୟପୁରର ମାନସରୋବର ବାସିନ୍ଦା ୨୧ ବର୍ଷୀୟ ମୟଙ୍କ ପ୍ରତାପ ସିଂ ଦେଶର ସର୍ବକନିଷ୍ଠ ବିଚାରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ପ୍ରଥମ ଉଦ୍ୟମରେ ହିଁ ରାଜସ୍ଥାନ ଜୁଡିସିଆଲ୍‌ ସର୍ଭିସ (ଆର୍‌ଜେଏସ୍‌)ରେ ଉତ୍ତୀର୍ଣ୍ଣ ହୋଇ ଇତିହାସ ରଚିଛନ୍ତି।
ୟୁନିଭର୍ସିଟିରେ ଗତ ଏପ୍ରିଲରେ ୫ ବର୍ଷିଆ ଏଲ୍‌ଏଲ୍‌ବି ପାଠ୍ୟକ୍ରମ ଶେଷ କରିଥିବା ମୟଙ୍କ ନିଜ ପ୍ରସ୍ତୁତି ସମ୍ପର୍କରେ କହିଛନ୍ତି, ଆର୍‌ଜେଏସ୍‌ ପରୀକ୍ଷାରେ ପାସ୍‌ କରିବା ଲାଗି ତାଙ୍କୁ ଦିନକୁ ୧୨ରୁ ୧୩ ଘଣ୍ଟା ପରିଶ୍ରମ କରିବାକୁ ପଡ଼ୁଥିଲା। ଭଲ ଫଳ ଆସିବ ବୋଲି ସେ ଆଶା କରିଥିଲେ। ଜଣେ ଭଲ ବିଚାରପତି ହେବା ପାଇଁ ସାଧୁତା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା। ବିଚାରପତିମାନେ ବାହୁବଳ ଓ ଅର୍ଥବଳ ସମେତ ବାହ୍ୟ ପ୍ରଭାବରୁ ମୁକ୍ତ ରହିବା ଉଚିତ ବୋଲି ମୟଙ୍କ କହିଛନ୍ତି। ପ୍ରକାଶ ଯେ, ଆର୍‌ଜେଏସ୍‌ ପରୀକ୍ଷା ଦେବା ପାଇଁ ପୂର୍ବରୁ ସର୍ବନିମ୍ନ ବୟସ ସୀମା ୨୩ ଥିବାବେଳେ ଚଳିତବର୍ଷ ରାଜସ୍ଥାନ ହାଇକୋର୍ଟ ଏହାକୁ ୨୧କୁ ଖସାଇଛନ୍ତି।

Share