Advertisement
Categories: କୋରାପୁଟ

୨୧ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୩୦ା୫ (ନି.ପ୍ର.)- ୨୧ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଜୟପୁର ଟାଉନ ପୋଲିସ ଗିରଫ କରିଛି। ସେ ହେଲେ ଗଙ୍ଗାନଗରର ଇସାକ ଖାନ (୬୯)। ପୋଲିସ ସୂଚନାନୁଯାୟୀ, ୨୦୦୧ରେ ଇସାକ ଖାନ ନାମରେ ଜୟପୁର ଟାଉନ ଥାନାରେ ଚୋରି ମାମଲା ରୁଜୁ କରାଯାଇଥିଲା। ସେହିଦିନରୁ ଅଭିଯୁକ୍ତ ଫେରାର ଥିଲେ। ପୋଲିସ ଗଙ୍ଗାନଗରରେ ଚଢାଉ କରି ୨୧ ବର୍ଷ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନ ଥାନାଧିକାରୀ ସଞ୍ଜୟ କୁମାର ମଣ୍ଡଳ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel