Categories: ଖେଳ

୨୨ତମ ରାଜ୍ୟ ବଧିର ଚେସ୍‌ ନିପୁନ, ପ୍ରତିମା, ରାଜେଶଙ୍କୁ ଟାଇଟଲ୍‌

କଟକ ଅଫିସ, ୨୪।୧୨- ଜିଲା ବଧିର ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଦେଉଳସାହିସ୍ଥିତ ମୋନାଲିସା ପ୍ୟାଲେସଠାରେ ଚାଲିଥିବା ୨୨ତମ ରାଜ୍ୟ ବଧିର ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ପୁରୁଷ ବିଭାଗରେ ଏସ୍‌ଆର୍‌ ଚେସ୍‌ ସେଣ୍ଟରର ନିପୁନ ଆଦିତ୍ୟ ମହାନ୍ତି, ମହିଳା ବିଭାଗରେ କଟକର ପ୍ରତିମା ଦଳାଇ, ଜୁନିୟର ବିଭାଗରେ ରାଜେଶ ଲେଙ୍କା ଚାମ୍ପିୟନ ହୋଇଛନ୍ତି। ରାଜ୍ୟ ବଧିର କ୍ରୀଡ଼ା ପରିଷଦ ଦ୍ୱାରା ସ୍ବୀକୃତିପ୍ରାପ୍ତ ଉକ୍ତ ପ୍ରତିଯୋଗିତା ୫ ରାଉଣ୍ଡ ବିଶିଷ୍ଟ ହୋଇଥିଲା। ଏଥିରେ ଖୋର୍ଦ୍ଧାକୁ ଦଳଗତ ଚାମ୍ପିୟନ ଘୋଷଣା କରାଯାଇଛି।
ବର୍ଗରେ ନିପୁନ ଆଦିତ୍ୟ ମହାନ୍ତି ପ୍ରଥମ, ସୁଶାନ୍ତ କୁମାର ସାହୁ ଦ୍ୱିତୀୟ ହୋଇଥିବାବେଳେ ବାବୁଲା କୁମାର ପଟେଲ, ମନୋରଞ୍ଜନ ପାଣିଗ୍ରାହୀ ଓ ସୁଶାନ୍ତ ବେହେରା ୪ ପଏଣ୍ଟ ଲେଖାଏ ପାଇଁ ମିଳିତ ୩ୟ ସ୍ଥାନରେ ରହିଥିଲେ। ମହିଳା ବର୍ଗରେ ପ୍ରଥମ ହୋଇଥିଲେ ପ୍ରତିମା ଦଳାଇ। ମାଳତୀ ସିଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଜୁନିୟର ବର୍ଗରେ ରାଜେଶ ଲେଙ୍କା ଓ ରିଙ୍କୁ ସାହୁ ପ୍ରଥମ ଦୁଇଟି ସ୍ଥାନରେ ରହିଥିଲେ। ଉପରୋକ୍ତ ପ୍ରତିଯୋଗୀ ଆସନ୍ତା ଜାନୁୟାରୀ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ କର୍ନାଟକର ମହିଶୂରଠାରେ ହେବାକୁ ଥିବା ୨୨ତମ ଜାତୀୟ ବଧିର ଚେସ୍‌ରେ ଓଡ଼ିଶାରୁ ପ୍ରତିନିଧିତ୍ୱ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ରାଜ୍ୟ ବଧିର କ୍ରୀଡ଼ା ପରିଷଦର ସାଙ୍ଗଠନିକ ସମ୍ପାଦକ ନିରଞ୍ଜନ ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନ ଉତ୍ସବରେ ମୋନାଲିସା ପାଲେସର ମୁଖ୍ୟ ସନ୍ତୋଷ ସାହୁ ଯୋଗ ଦେଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଏନ୍‌.କେ. ମହାନ୍ତି ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଏସ୍‌.ଆର୍‌. ଚେସ୍‌ ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ, ବଧିର ସଂଘ ସଭାପତି ଅସିତ ମିଶ୍ର, ସାଙ୍ଗଠନିକ ସମ୍ପାଦକ ଜିତେନ୍ଦ୍ର ନନ୍ଦ, ଉପସଭାପତି ଏସ୍‌.ଏନ୍‌. ବହିଦାର, ସମୀର ନାୟକ, ପି.କେ. ମହାପାତ୍ର, ଏମ୍‌.ଆର୍‌. ସାମଲ ଓ ଚେସ୍‌ କୋଚ ଅବିନାଶ ଦାସ ଯୋଗଦେଇଥିଲେ। ପ୍ରତିଯୋଗିତାକୁ ଏସ୍‌.ଆର୍‌. ଚେସ ସେଣ୍ଟର ପକ୍ଷରୁ ସହଯୋଗ କରାଯାଇଥିଲା।

Share