୨୨ରେ ବସ୍‌ ଚାଲିବନି

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କରୋନା(କୋଭିଡ-୧୯)ର ଭୟାବହତାକୁ ଦେଖି ଆସନ୍ତା ୨୨ ତାରିଖରେ ସମଗ୍ର ଦେଶରେ ଜନତା କର୍ଫୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ସମର୍ଥନ ଜଣାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିବ। ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ଲୋକମାନେ ପଦାକୁ ନ ବାହାରିବାକୁ କୁହାଯାଇଥିବାରୁ ବସଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।

Share