୨୨ କଏଦୀ ସ୍ଥାନାନ୍ତର

ଭଦ୍ରକ ଅଫିସ, ୨୬ା୩- ଭଦ୍ରକ ସବ୍‌ଜେଲରେ କ୍ଷମତା ଠାରୁ ପ୍ରାୟ ଦୁଇଗୁଣା କଏଦୀ ରହି ଆସୁଥିଲେ। ଜେଲ୍‌ ପରିସରରେ ସାମାଜିକ ଦୂରତା ପାଳନ ହେଉ ନ ଥିବା ନେଇ ଧରିତ୍ରୀରେ ଏକ ଖବର ମଙ୍ଗଳବାର ପ୍ରକାଶ ପାଇଥିଲା। ଏହାପରେ ଜେଲ ଉଚ୍ଚ କର୍ତ୍ତୃପକ୍ଷ ବୁଧବାର ୨୨ ଜଣ କଏଦୀଙ୍କୁ ସୋର ଜେଲ୍‌କୁ ସ୍ଥାନାନ୍ତର କରି ଥିବା ଜେଲ ଅଧୀକ୍ଷକ କୁଅଁର ମାରାଣ୍ଡି ସୂଚନା ଦେଇଛନ୍ତି।