Categories: ମେଟ୍ରୋ

୨୨ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ବ୍ରାଉନସୁଗାର କାରବାର ଓ ଚୋରା ଚାଲାଣରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ କ୍ୟୁଏଟି ଏବଂ ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି। ସେ ହେଲେ ଜଗତ୍‌ସିଂହପୁର ମାଛଗାଁ ଅଞ୍ଚଳର ଆଲୋକ ପରିଡା। ସୂଚନା ମୁତାବକ, ଆଲୋକ ଭୁବନେଶ୍ୱର ମସ୍‌ଜିଦ କଲୋନୀରେ ରହି ସହରର ବିଭିନ୍ନ ଅଞ୍ଚଳରେ ଲୁଚା ଛପାରେ ବ୍ରାଉନସୁଗାର ବେପାର ଚଳାଇଥିଲା। ଏ ନେଇ କ୍ୟୁଏଟି ନିକଟରେ ଖବର ପହଞ୍ଚତ୍ବା ପରେ ତାଙ୍କୁ ଧରିବା ପାଇଁ ଯୋଜନା ହୋଇଥିଲା। ଶନିବାର ସନ୍ଧ୍ୟାରେ କ୍ୟୁଏଟି ଓ ଖାରବେଳ ଥାନା ପୋଲିସର ଏକ ମିଳିତ ଟିମ୍‌ ମସ୍‌ଜିଦ କଲୋନୀ ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତ ଆଲୋକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨୨ ଗ୍ରାମ ବ୍ରାଉନସୁଗାର, ମୋବାଇଲ ଫୋନ ଓ ୧୨ ଶହ ଟଙ୍କା ଜବତ କରିଥିଲା। ଏ ନେଇ ପୋଲିସ ୩୫୨/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Share