୨୨ ଦିନ ପରେ ନୀଳଗିରି ଧରମପୁରରୁ ପୁଣି ଆଉ ଜଣେ କରୋନା ପଜିଟିଭ୍‌

ସଜନାଗଡ଼,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତ ବାଉଁଶପାଳ ଗାଁରୁ ମଙ୍ଗଳବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁରଟ ଫେରନ୍ତା ହୋଇଥିବା ବେଳେ ସେ ଧରମ୍‌ପୁର ଦୀନବନ୍ଧୁ ହାଇସ୍କୁଲରେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ସୂଚନାଯୋଗ୍ୟ, ଉକ୍ତ ଆକ୍ରାନ୍ତଙ୍କ ଘର ବାଉଁଶପାଳ ହୋଇଥିବା ବେଳେ ଗତ ମେ ୫ରେ ସେ ବସ୍‌ରେ ଔପଦାରେ ପହଞ୍ଚିଥିଲେ। ଔପଦାରୁ ଏକ ବୋଲେରୋରେ ଧରମ୍‌ପୁର ପହଞ୍ଚିବା ପରେ ତାଙ୍କୁ ଦୀନବନ୍ଧୁ ହାଇସ୍କୁଲ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ପ୍ରଶାସନ ପକ୍ଷରୁ ମେ ୭ରେ ତାଙ୍କ ସ୍ବାବ୍‌ ଟେଷ୍ଟ କରାଯାଇଥିଲା। ହେଲେ ମଙ୍ଗଳବାର ସକାଳେ ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

Share