୨୨ ନଭେମ୍ବରରୁ ଟୁଇଟରରେ ରାଜନୈତିକ ବିଜ୍ଞାପନ ବନ୍ଦ

କାଲିଫର୍ନିଆ,୩୧।୧୦: ଟୁଇଟରରେ ଏଣିକି ରାଜନୈତିକ ବିଜ୍ଞାପନ ବନ୍ଦ କରାଯିବ। ଏନେଇ ଟୁଇଟର ସିଇଓ ଜ୍ୟାକ୍‌ ଡୋରସେ ସୂଚନା ଦେଇଛନ୍ତି। ନଭେମ୍ବର ୨୨ରୁ ସମସ୍ତ ରାଜନୈତିକ ବିଜ୍ଞାପନକୁ ଏହି ସୋସିଆଲ୍‌ ମିଡ଼ିଆ ସାଇଟ୍‌ରେ ନିଷେଧ କରାଯିବ। ରାଜନୈତିକ ବିଜ୍ଞାପନରେ ମିଥ୍ୟା ସୂଚନା ଦିଆଯିବା ସହିତ ନିର୍ବାଚନରେ ବିଜୟ ଲାଭ କରିବା ଭଳି ଘଟଣାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଜ୍ୟାକ୍‌ କହିଛନ୍ତି। ବହୁ ରାଜନେତା ଏହି ସୋସିଆଲ୍‌ ମିଡ଼ିଆ ସାଇଟ୍‌ର ବହୁଳ ଭାବେ ବ୍ୟବହାର କରୁଥିବାରୁ ଟୁଇଟର ଏହାର ବ୍ୟବସାୟ ରଣନୀତିରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ଜ୍ୟାକ୍‌ ପ୍ରକାଶ କରିଛନ୍ତି।

Share