Categories: ଖେଳ

୨୨ ବର୍ଷର ରେକର୍ଡ ଭାଙ୍ଗିଲେ ରୋହିତ

କଟକ,୨୨।୧୨(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଓପନର ତଥା ଉପ ଅଧିନାୟକ ରୋହିତ ଶର୍ମା କଟକରେ ୬୩ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ଅବସରରେ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଗୋଟିଏ ବର୍ଷରେ କ୍ରିକେଟର ସମସ୍ତ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହକାରୀ ଓପନର ହେବାର ସୌଭାଗ୍ୟ ପାଇଛନ୍ତି। ସେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିୟାଙ୍କ ୨୨ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ଜୟସୁରିୟା ୧୯୯୭ରେ ଦିନିକିଆ ଓ ଟେଷ୍ଟରେ ମୋଟ ୨,୩୮୭ ରନ୍‌ କରିଥିଲେ। ଏହାକୁ ଅତିକ୍ରମ କରିଯାଇଛନ୍ତି ରୋହିତ। ସେ ଚଳିତବର୍ଷ ଏପର୍ଯ୍ୟନ୍ତ ୨,୪୪୨ ରନ୍‌ କରିଛନ୍ତି।

Share