Categories: ଜାତୀୟ

୨୨ ବର୍ଷ ତଳର ବିବାହ ସମୟର ଫଟୋ ଶେୟାର କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୭।୭: ଏବେ ସୋସିଆଲ୍‌ ମିଡ଼ିଆରେ କେତେକ ଶାଢ଼ି ପିନ୍ଧିଥିବା ଫଟୋ ଶେୟାର କରୁଛନ୍ତି। ଏଥିରୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ତାଙ୍କର ୨୨ ବର୍ଷ ପୁରୁଣା ବିବାହ ସମୟର ଏକ ଫଟୋ ସେ ବୁଧବାର ଟୁଇଟରରେ ଶେୟାର କହିଛନ୍ତି। ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ତଳେ ସେ କ୍ୟାପସନ୍‌ରେ ଲେଖିଛନ୍ତି ଯେ, ଏହା ମୋ ବିବାହ ସମୟର ଫଟୋ। ପ୍ରିୟଙ୍କା ବିବାହ ୧୯୯୭ ଫେବୃୟାରୀ ୧୮ରେ ହୋଇଥିଲା। ଫଟୋରେ ପ୍ରିୟଙ୍କା ସୁନ୍ଦର ସିଲ୍କ୍‌ ଶାଢ଼ି ପିନ୍ଧିଛନ୍ତି।

Share