୨୨ ବର୍ଷ ତଳେ ଐଶ୍ୱର୍ଯ୍ୟା ଗାଇଥିବା ଏକ ଗୀତର ଭିଡିଓ ଭାଇରାଲ

ଆଜି ବି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ। ତାଙ୍କ ସମ୍ପର୍କରେ କିଛି ଗୋଟିଏ ଖବର ପ୍ରକାଶ ପାଇଲେ ଏହା ତୀବ୍ର ଗତିରେ ଭାଇରାଲ ହେଉଛି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଐଶ୍ୱର୍ଯ୍ୟା ଗୀତ ଗାଉଥିବା ଦେଖିବାକୁ ମିଳିଛି। ଐଶ୍‌ଙ୍କ ଏହି ଭିଡିଓଟିକୁ ସୁପର ସିଙ୍ଗଙ୍ଗ୍‌ ସୁପରଷ୍ଟାର ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ଐଶ୍‌ ସୁପରହିଟ୍‌ ଗୀତ ‘ତେରୀ ୟାଦ୍‌ ହମ୍‌ସଫର ସୁବହ ଶାମ୍‌’ଗାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଐଶ୍ୱର୍ଯ୍ୟାଙ୍କ ସହ ଚନ୍ଦ୍ରଚୂଡ଼ ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଗୀତଟି ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ‘ଔର୍‌ ପ୍ୟାର୍‌ ହୋ ଗୟା’ର। ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଐଶ୍ୱର୍ଯ୍ୟା। ୧୯୯୭ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ବବି ଦେଓଲଙ୍କ ସହିତ ଐଶ୍ୱର୍ଯ୍ୟା ଅଭିନୟ କରିଥିଲେ। ଫିଲ୍ମଟିକୁ ଦର୍ଶକ ଖୁବ୍‌ ପସନ୍ଦ ବି କରିଥିଲେ। ଫିଲ୍ମର ଗୀତ ମଧ୍ୟ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଭିଡିଓଟିକୁ ଦେଖି ୟୁଜର୍ସ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସାରେ କରିବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଐଶ୍ୱର୍ଯ୍ୟାଙ୍କ ଆଗରେ ସମସ୍ତେ ଫେଲ୍‌। ଆଉ ଜଣେ ୟୁଜର ଲେଖିଛନ୍ତି, ଐଶ୍ୱର୍ଯ୍ୟାଙ୍କ ପ୍ରତି କନ୍‌ଫିଡେନ୍ସ ଆହୁରି ବଢ଼ିଗଲା।

Share