Categories: ଜାତୀୟ

୨୨ ହଜାର ଟଙ୍କାରେ ୨ ମାସର ଶିଶୁ ବିକ୍ରି କଲେ ପ୍ରବାସୀ ଶ୍ରମିକ

ହାଇଦ୍ରାବାଦ,୨୮।୫: କରୋନା ମହାମାରୀ ଯୋଗୁ ଭାରତରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ତେଲଙ୍ଗାନାରେ ଜଣେ ପ୍ରବାସୀ ଶ୍ରମିକ ଖାଇବାକୁ ନ ପାଇ ନିଜର ୨ ମାସର ଶିଶୁକୁ ୨୨ ହଜାର ଟଙ୍କାରେ ବିକ୍ରି କରିଛନ୍ତି। ମେ ୨୩ରେ ପ୍ରବାସୀ ଶ୍ରମିକ ମଦନ କୁମାର ସିଂ ଶିଶୁକୁ ବିକ୍ରି କରିଥିଲେ। ଖବର ମିଳିବା ପରେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରବାସୀ ଶ୍ରମିକ ମଦନ ଓ ତାଙ୍କ ସ୍ତ୍ରୀ ସରିତା ଏବଂ ଶିଶୁ କିଣିଥିବା ଦମ୍ପତିଙ୍କୁ ଗିରଫ କରିଛି। ଶିଶୁ ବିକ୍ରି ପାଇଁ ୨୦ ଟଙ୍କିଆ ଷ୍ଟାମ୍ପ୍‌ ପେପରରେ ଏଗ୍ରିମେଣ୍ଟ୍‌ କରାଯାଇଥିଲ। ଶିଶୁକୁ ଏବେ ଶିଶୁ ବିହାରରେ ରଖାଯାଇଥିବା ପୋଲିସ କହିଛି।

Share