Categories: ଜାତୀୟ

୨୩ତମ ବିବାହ ବାର୍ଷିକୀରେ ଫଟୋ ଶେୟାର କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିବାହ ବାର୍ଷିକୀକୁ ୨୩ ବର୍ଷ ପୂରଣ ହୋଇଛି। ଏହାକୁ ନେଇ ପ୍ରିୟଙ୍କା ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିବା ସହ କିଛି ବାର୍ତ୍ତା ମଧ୍ୟ ଲେଖିଛନ୍ତି। ବିବାହ ସମୟର ଓ ଏହା ପରର କିଛି ଫଟୋ ଶେୟାର କରିବା ସହ ଦୀର୍ଘ ୨୩ ବର୍ଷ ଭିତରେ ଜୀବନର ବହୁତ ସୁନ୍ଦର ସମୟ କାଟିଛନ୍ତି ବୋଲି ପ୍ରିୟଙ୍କା ଲେଖିଛନ୍ତି। ସେ କହିଛନ୍ତି ଏହି ସମୟ ମଧ୍ୟରେ ସେ ଭଲପାଇବା, ହସିବା, କାନ୍ଦିବା, ମଜାକରିବା, ପରିବାର ସହ ସାମିଲ ହେବା ଓ ଭଗବାନଙ୍କର ଦୁଇଟି ଉପହାର ମଧ୍ୟ ତାଙ୍କୁ ମିଳିଛି। ତେବେ ରବର୍ଟ ଭଦ୍ରାଙ୍କ ସହ ୨୩+୬=୨୯ ବର୍ଷ କାଟିଥିବା ବେଳେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ସେମାନେ ଏକାଠି ରହିବେ ବୋଲି କହିଛନ୍ତି।

Share