୨୩ଥର ମାଉଣ୍ଟ ଏଭରେଷ୍ଟ ଚଢି ବିଶ୍ୱ ରେକର୍ଡ ହାସଲ କଲେ ଏହି ବ୍ୟକ୍ତି

କାଠମାଣ୍ଡୁ, ୧୫।୫: ୨୩ଥର ମାଉଣ୍ଟ ଏଭରେଷ୍ଟ ଚଢି ବିଶ୍ୱ ରେକର୍ଡ ହାସଲ କରିଛନ୍ତି ନେପାଳର ୪୯ବର୍ଷୀୟ କାମି ରୀତା ଶେରପ୍ପା। ବୁଧବାର ସକାଳ ୭.୫୦ରେ ଏଭରେଷ୍ଟର ଶୀର୍ଷରେ ପହଞ୍ଚି ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏକ ବର୍ଷ ଅର୍ଥାତ୍‌ ମେ ୧୬ ବୁଧବାର ଦିନ ହଁି ଏଭରେଷ୍ଟ ଉପରକୁ ୨୨ଥର ଚଢିଥିଲେ। ଏହାର ବର୍ଷକ ପରେ ସେ ନିଜ ରେକର୍ଡ ଭାଙ୍ଗିଛନ୍ତି। ରୀତା ୧୯୯୪ରେ ପ୍ରଥମଥର ପାଇଁ ମାଉଣ୍ଟ ଏଭରେଷ୍ଟ ଚଢିବା ଆରମ୍ଭ କରିଥିଲେ। ସେ ସମୟରେ ତାଙ୍କ ବୟସ ଥିଲା ୨୪ବର୍ଷ। ୧୯୭୦ରେ ନେପାଳର ଥାମେରେ ଜନ୍ମଗ୍ରହଣ କରିଥିଲେ ରୀତା। ୧୭ବର୍ଷ ହେବାପରେ ତାଙ୍କ ମଧ୍ୟରେ ପର୍ବତ ଚଢିବାର ଇଚ୍ଛା ଜାଗ୍ରତ ହେଲା। ସେ ମସୟରେ ସେ କାଞ୍ଚନଜଙ୍ଗା-୨, ଚୋ-ଓୟୁ, ଲୋସ୍ତେ ଏବଂ ଅନ୍ନପୂର୍ଣ୍ଣା ଭଳି ଉଚ୍ଚ ପର୍ବତ ଚଢିଥିଲେ।

Share