Advertisement

୨୩ରେ ଅଣଏନ୍‌ଡିଏ ଦଳ ବୈଠକ

ନୂଆଦିଲ୍ଲୀ,୧୭।୫:ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆସନ୍ତା ୨୩ରେ ଅଣଏନ୍‌ଡିଏ ଦଳଗୁଡ଼ିକର ନେତାଙ୍କୁ ନେଇ ଏକ ବୈଠକ କରିବେ। ଏଥିଲାଗି ଧର୍ମନିରପେକ୍ଷ ଦଳଗୁଡ଼ିକୁ ସେ ନିମନ୍ତ୍ରଣ କରଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର, ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ଙ୍କ ସହ ଆର୍‌ଜେଡି, ଟିଏମ୍‌ସି, ଏସ୍‌ପି୍‌, ବିଏସ୍‌ପି ଆଦି ରାଜନୈତିକ ଦଳର ନେତାମାନଙ୍କୁ ଡକାଯାଇଛି। ସମନ୍ବୟ ରକ୍ଷାଲାଗି କଂଗ୍ରେସ ପକ୍ଷରୁ ଏକ ୪ ଜଣିଆ ଟିମ୍‌ ଗଠନ କରାଯାଇଛି। ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଲାଗି ସମଭାବାପନ୍ନ ଦଳଗୁଡିକ ସହ ସମ୍ପର୍କ ରକ୍ଷା କରିବା ପାଇଁ ଅହମ୍ମଦ ପଟେଲ, ପି. ଚିଦାମ୍ବରମ୍‌, ଗୁଲାମ୍‌ ନବି ଆଜାଦ୍‌ ଓ ଅଶୋକ ଗେହଲଟ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ୨୩ରେ ଭୋଟ ଗଣତି ପରେ ଫଳ ଆସିବାକୁ ଥିବାବେଳେ ଭାଜପା ସଂଖ୍ୟାଗରିଷ୍ଠତାଠାରୁ ବହୁ ପଛରେ ରହିବ ବୋଲି ଆଶଙ୍କା ପ୍ରକାଶ ପାଇଥିବାରୁ କଂଗ୍ରେସ ସରକାର ଗଠନ କରିବା ନେଇ ଆଶାବାଦୀ ହୋଇପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: sonia gandhi