Categories: ଜାତୀୟ

୨୩ ଜୁନ୍‌ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୧୪।୨: କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଚଳିତ ବର୍ଷ ପ୍ରଥମ କରି ଆରମ୍ଭ ହେବ ଅମରନାଥ ଯାତ୍ରା। ଜୁନ୍‌ ୨୩ରୁ ଆରମ୍ଭ ହେଉଥିବା ଏହି ୪୨ ଦିନିଆ ଯାତ୍ରା ଅଗଷ୍ଟ ୩ରେ ଶେଷ ହେବ। ଶୁକ୍ରବାର ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ(ଏସ୍‌ଏଏସ୍‌ବି) ଦ୍ୱାରା ହୋଇଥିବା ବୈଠକରେ ଏହା ସ୍ଥିର କରାଯାଇଛି। ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ଗତବର୍ଷ ଅମରନାଥ ଯାତ୍ରାକୁ ଅଧାରୁ ବନ୍ଦ କରାଯାଇ ଶ୍ରଦ୍ଧାଳୁଙ୍କୁ ସେଠାରୁ ଫେରାଇ ନିଆଯାଇଥିଲା।

Share