୨୩ ଦିନରେ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ନେଲା କରୋନା

ଓ୍ବାଶିଂଟନ,୨୬।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ପୃଥିବୀରେ ଏଥିରେ ୨ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେହିପରି ୨୯ ଲକ୍ଷ ୨୩ ହଜାର ୬୫୬ ଲୋକ ସଂକ୍ରମିତ ହୋଇଛନ୍ତି। ଜାନୁୟାରୀ ୯ରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଏପ୍ରିଲ୍‌ ୨ ମଧ୍ୟରେ ୮୫ ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା ୫୦ ଟିପିଥିଲା। ତେବେ ସାରା ପୃଥିବୀରେ ଏପ୍ରିଲ୍‌ ୨ଠାରୁ ଏପ୍ରିଲ୍‌ ୨୫ ପରବର୍ତ୍ତୀ ମାତ୍ର ୨୩ ଦିନରେ କରୋନା ତାଣ୍ଡବ ରଚିଥିଲା। ଏହି ସମୟ ମଧ୍ୟରେ ୩ଗୁଣା ଲୋକଙ୍କ ମୃତ୍ୟୁ ଘଟିଥିଲା। ଦେଢ଼ ଲକ୍ଷ ଲୋକଙ୍କର ଏହି ସମୟରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିଲା। ଦ୍ୱିତୀୟ ୫୦ ହଜାର ଲୋକଙ୍କ ମୃତ୍ୟୁ ଏପ୍ରିଲ୍‌୨ରୁ ୧୦ ମାତ୍ର ୮ ଦିନ ମଧ୍ୟରେ ଘଟିଥିଲା। ସେହିପରି ଏପ୍ରିଲ୍‌ ୧୦ରୁ ୧୭ କେବଳ ୭ ଦିନରେ ତୃତୀୟ ୫୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଏପ୍ରିଲ୍‌ ୧୭ରୁ ୨୫ ମାତ୍ର ୮ ଦିନରେ ଚତୁର୍ଥ ୫୦ ହଜାର ଲୋକଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ହୋଇଛି।

Share