Categories: ଖେଳ

୨୩ ବର୍ଷରୁ କମ୍‌ ଏସିଆନ ଭଲିବଲ୍‌: ଭାରତ ରନର୍ସଅପ୍‌

ନେ ପାଇ ତାଓ (ମ୍ୟାନମାର୍‌), ୧୨ା୮ (ପି.ଟି.)-ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ପୁରୁଷ ଏସିଆନ ଭଲିବଲ୍‌ ଚାମ୍ପିୟନଶିପ୍‌ରେ ଭାରତ ରନର୍ସ ଅପ୍‌ ହୋଇଛି। ମ୍ୟାଚ ପରେ ଭାରତୀୟ କୋଚ୍‌ ପ୍ରୀତମ ସିଂ ଚୌହାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରବିବାର ଆମ ପାଇଁ ଭଲ ଦିନ ନ ଥିଲା। ଚାଇନିଜ ତାଇପେ ଫାଇନାଲ ମ୍ୟାଚକୁ ୨୫-୨୧, ୨୫-୨୦, ୧୯-୨୫, ୨୫-୨୩ରେ ଜିତିନେଇଥିଲା। ତେବେ ଫଳାଫଳ ନେଇ ମୁଁ ଗର୍ବିତ। ଆମେ ହୁଏତ ସ୍ବର୍ଣ୍ଣ ସହ ଘରବାହୁଡ଼ା କରିପାରିଥାନ୍ତୁ କିନ୍ତୁ ରୌପ୍ୟ ମିଳିଲା। ଏଥିରେ ମଧ୍ୟ ମୁଁ ବହୁତ ଖୁସି। କାରଣ ଏହି ସ୍ଥାନରେ ପହଞ୍ଚତ୍ବା ଲାଗି ଆମ ପିଲାମାନେ କଠିନ ପରିଶ୍ରମ କରିଛନ୍ତି।

Share