Categories: ଖେଳ

୨୩ ବର୍ଷରୁ କମ୍‌ ବିଶ୍ୱ ରେସ୍‌ଲିଂ: ପୂଜାଙ୍କୁ ରୌପ୍ୟ

ବୁଦାପେଷ୍ଟ,୨।୧୧- ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପରେ ଭାରତ ପାଇଁ ପୂଜା ଗେହଲଟ (୫୩ କେଜି) ଦ୍ୱିତୀୟ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ୫୩ କେଜି ଓଜନ ବର୍ଗରେ ଜାପାନର ହାରୁନା ଓକୁନୋଙ୍କଠାରୁ ୦-୨ ପଏଣ୍ଟରେ ଫାଇନାଲରେ ପରାସ୍ତ ହୋଇଛନ୍ତି। ତାଙ୍କ ପୂର୍ବରୁ ପୁରୁଷ କୁସ୍ତିଯୋଦ୍ଧା ରବୀନ୍ଦର (୬୧ କେଜି) ଚଳିତ ସପ୍ତାହରେ ପ୍ରଥମ ରୌପ୍ୟ ପଦକ ପାଇଥିଲେ। ୩ ଥର ବିଶ୍ୱ ଜୁନିୟର ଚାମ୍ପିୟନ ପଦକଧାରୀ ସାଜନ ଭାନଓ୍ବାଲ (୭୭ କେଜି)ଙ୍କୁ ସେମିଫାଇନାଲରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ତାଙ୍କୁ ୪-୫ ବ୍ୟବଧାନରେ ଜାପାନର କୋଦାଇ ସାକୁରାବା ହରାଇ ଦେଇଛନ୍ତି। ସାଜନ ଶନିବାର ବ୍ରୋଞ୍ଜ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗ୍ରେକୋ ରୋମାନ ବର୍ଗରେ ଅନ୍ୟ ରେସ୍‌ଲରଙ୍କ ମଧ୍ୟରେ ଅର୍ଜୁନ ହଲାକୁର୍କି (୫୫ କେଜି) କ୍ୱାର୍ଟର ଫାଇନାଲରେ ଅଳ୍ପକେ ପରାଜିତ ହେବା ସତ୍ତ୍ୱେ ପଦକ ଦୌଡ଼ରେ ରହିଛନ୍ତି। ସେ ୧୨-୧୪ ବ୍ୟବଧାନରେ ରୁଷିଆର ଇମିନ ନାରିମାନଭିଚଙ୍କଠାରୁ ପରାସ୍ତ ହୋଇଛନ୍ତି। ରୁଷିଆ ରେସ୍‌ଲର ଫାଇନାଲରେ ପ୍ରବେଶ କରିବା ଯୋଗୁ ଅର୍ଜୁନ ରିପଚେଜ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Share