Advertisement

୨୩ ବର୍ଷରେ ହରାଇ ବସିଥିଲେ ଦୃଷ୍ଟିଶକ୍ତି, କୁକୁର ଲାଗି ଫେରିପାଇଲେ ଫିଟ୍‌ନେସ

ଲଣ୍ଡନ: ବ୍ରିଟେନ୍‌ର ପୋର୍ଟସ୍‌ମାଉଥ୍‌ରେ ରହୁଥିବା ଇୟାନ ମୋରିସ୍‌ ଯେତେବେଳେ ୨୩ ବର୍ଷର ହୋଇଥିଲେ, ସେତେବେଳେ ସେ ଦୃଷ୍ଟିଶକ୍ତି ହରାଇଥିଲେ। ତଥାପି ହାରି ନ ଥିଲେ। ଫିଟ୍‌ନେସ ପ୍ରତି ତାଙ୍କର ବହୁ ଦୁର୍ବଳତା ଥିଲା। ଏଥିରେ ତାଙ୍କୁ ପଥ ପ୍ରଦର୍ଶକ ଭାବେ ସାଥ୍‌ ଦେଇଥିଲା ଗାଇଡ୍‌ ଡଗ୍‌ ମିଲ୍‌ସି। ଇୟାନ ପ୍ରତିଦିନ ମିଲ୍‌ସି ସହିତ ଜିମ୍‌ ଯାଉଥିଲେ। ଯାହା ଅନ୍ୟମାନଙ୍କ ପାଇଁ ଏବେ ପ୍ରେରଣା ପାଲଟିଛି।
୫୦ ବର୍ଷୀୟ ଇୟାନ କୁହନ୍ତି, ଦୃଷ୍ଟିଶକ୍ତି ଚାଲିଯିବା ପରେ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଜିମ୍‌ଠାରୁ ଦୂରେଇ ରହିବା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ଏପରିକି ସେ କରିଥିବା ଚାକିରି ମଧ୍ୟ ତାଙ୍କୁ ହରେଇବାକୁ ପଡ଼ିଥିଲା। ପରେ ସେ ମନବଳ ଦୃଢ଼ କରିଥିଲେ। ପ୍ରଥମେ ପ୍ରଥମେ ବ୍ୟାୟାମ କରିବା କଷ୍ଟକର ହେଉଥିଲା। ସେ ବ୍ଲାଇଣ୍ଡ୍‌ କ୍ରିକେଟ୍‌ ଟିମ୍‌ରେ ଭାଗ ନେବା ପରେ ଆତ୍ମବିଶ୍ୱାସ ଆହୁରି ବଢ଼ିଗଲା। ପରେ ସେ ଗାଇଡ୍‌ ଡଗ୍‌ ୟୁକେ ଚାରିଟିରେ ଯୋଗ ଦେଇଥିଲେ। ଏଠାରେ ଥିବା ଗାଇଡ୍‌ ଡଗ୍‌ ମିଲ୍‌ସି ତାଙ୍କୁ ପ୍ରତିଦିନ ସାହାଯ୍ୟ କରୁଥିଲା। ଇୟାନ୍‌ଙ୍କୁ ମିଲ୍‌ସି ସେଠାରେ ଗାଇଡ୍‌ କରେ। ମିଲ୍‌ସି ଯୋଗୁ ସେ ଏବେ ମାନସିକ, ଶାରୀରିକ ଭାବେ ସୁସ୍ଥ ହେବାରେ ଲାଗିଛନ୍ତି ବୋଲି କୁହନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share