୨୩ ବର୍ଷ ପରେ ପେଶାଓ୍ବର ମସଜିଦ୍‌ରେ ଇଦ୍‌ ନମାଜ ପଢ଼ିବେ ମହିଳା

ଇସଲାମାବାଦ୍‌,୭।୩: ପାକିସ୍ତାନର ପେଶାଓ୍ବରଠାରେ ଥିବା ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ନେଇ ଜାରି ହୋଇଥିବା କଟକଣା ହଟାଇ ନିଆଯାଇଛି। ଏହାଦ୍ୱାରା ୨୩ ବର୍ଷ ପରେ ମହିଳାମାନେ ଏଠାରେ ଇଦ ନମାଜ ପଢ଼ିବାର ସୁଯୋଗ ପାଇପାରିବେ। ପୂର୍ବରୁ ଏଠାରେ ମହିଳାମାନେ ନମାଜ ପାଠକରୁଥିଲେ। ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ୧୯୯୬ଠାରୁ ମସଜିଦ୍‌ରେ ମହିଳାଙ୍କୁ ନମାଜ ପାଠ ପାଇଁ ବାରଣ କରାଯାଇଥିଲା। ତେବେ ଗତ ଶୁକ୍ରବାର ମସଜିଦ୍‌ ପ୍ରଶାସନ ପକ୍ଷରୁ ମହିଳାଙ୍କୁ ନମାଜ ପାଠ ଲାଗି ଅନୁମତି ପ୍ରଦାନ କରାଯାଇଛି। ଶୁକ୍ରବାର ନମାଜରେ ୧୫-୨୦ ଜଣ ମହିଳା ମସଜିଦ୍‌ରେ ନମାଜ ପାଠ କରିଥିଲେ।

Share