Advertisement

୨୩ ବର୍ଷ ପରେ…

ବଲିଉଡ୍‌ର ଏଲିଜିବୁଲ ବ୍ୟାଚେଲର ସଲ୍ଲୁ ମିଅଁ। ଓରଫ ସଲ୍‌ମାନ ଖଁ।। ରାଜଶ୍ରୀ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ମୈନେ ପ୍ୟାର୍‌ କିୟା’ରେ ତାଙ୍କୁ ନାୟକ ଭାବରେ ବ୍ରେକ୍‌ ମିଳିଥିଲା। କେବଳ ସେତିକି ନୁହେଁ, ଫିଲ୍ମଟି ସୁପରଡୁପର ହିଟ୍‌ ମଧ୍ୟ ହୋଇଥିଲା। ୟା’ ଭିତରେ ସେ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ‘ଭାଇଜାନ୍‌’ ଭାବରେ ପରିଚିତ ଏହି ଅଭିନେତାଙ୍କ ପଛରେ ଏବେ ମଧ୍ୟ ପ୍ରଯୋଜକଙ୍କର ଲମ୍ବା ଲାଇନ୍‌। ତାଙ୍କ ରିଲ୍‌ ଲାଇଫ୍‌ରେ ତ ଅନେକ ଘଟଣା ଘଟିଛି। ତାଙ୍କ କ୍ୟାରିୟରର ୨୩ବର୍ଷ ପରେ ସେ ପ୍ରଥମ ଥର ପାଇଁ ସିକୁଏଲ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଆଉ ଫିଲ୍ମଟି ଥିଲା ‘ଦବଙ୍ଗ-୨’। ଏହାପୂର୍ବରୁ ସଲ୍‌ମାନ ଏବଂ ନବାଗତା ସୋନାକ୍ଷୀ ସିହ୍ନାଙ୍କୁ ନେଇ ନିର୍ମିତ ‘ଦବଙ୍ଗ’ ମଧ୍ୟ ହିଟ୍‌ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel