୨୪୩ ବିଦେଶ ଫେରନ୍ତାଙ୍କ ହୋମ୍‌ କ୍ୱାରାଣ୍ଟାଇନ ଅବଧି ସରିଲା

ଛତ୍ରପୁର,୧ା୪(ଡି.ଏନ୍‌.ଏ.)- କରୋନା ଭୂତାଣୁ ପ୍ରତିହତ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟରୁ ଫେରିଥିବା ଲୋକଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ତାଙ୍କ ଘରେ ବାହାରେ ସୂଚନା ଫଳକ ଲଗାଯାଇଥିଲା। ପ୍ରତିଦିନ ଅଙ୍ଗନଓ୍ବାଡି ଓ ସ୍ବାସ୍ଥ୍ୟକର୍ମୀ ସେମାନଙ୍କ ଘରକୁ ଯାଇ ଭଲମନ୍ଦ ପଚାରି ବୁଝୁଥିଲେ। ଏଥିସହ ପ୍ରତିଦିନ ଏ ସମ୍ପର୍କିତ ରିପୋର୍ଟ ଜିଲାପାଳଙ୍କ ନିକଟକୁ ପଠାଯାଉଥିଲା। ଗଞ୍ଜାମ ଜିଲାରେ ୨୪୩ ବିଦେଶ ଫେରନ୍ତା ହୋମ କ୍ୱାରାଣ୍ଟାଇନରେ ଥିଲେ। ସେମାନଙ୍କ ଅବଧି ସରିଛି। ତେବେ ଅବଧି ସରିଲା ପରେ ମଧ୍ୟ ଅନ୍ୟମାନଙ୍କ ଭଳି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ ଜିଲାକୁ ମୋଟ ୭୩୦ ଜଣ ବିଦେଶରୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ଆହୁରି ୪୮୭ ବିଦେଶ ଫେରନ୍ତା ହୋମ କ୍ୱାରାଣ୍ଟାଇନରେ ଅଛନ୍ତି। ୬୬ କରୋନା ସନ୍ଦିଗ୍ଧଙ୍କ ପରୀକ୍ଷା କରାଯାଇଥିଲା, ତେବେ କେହି ଭୂତାଣୁ ସଂକ୍ରମିତ ନ ଥିବା ଜଣାପଡିଥିଲା।

Share