Categories: ଜାତୀୟ

୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ,୭।୬: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣପୁର୍ବ ମୌସୁମୀ ବାୟୁ କେର ଛୁଇଁବ ବୋଲି ଅନୁମାନ କରିଛି ଜାତୀୟ ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟ ଯଥା: ଆସାମ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ମିଜୋରାମ ଓ ତ୍ରିପୁରାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଛି ଆଇଏମ୍‌ଡି। ତେବେ ରାୟଲସୀମା, ତାମିଲ ନାଡୁ, ପୁଡୁଚେରୀ ଓ କାରାଇକାଲରେ ବର୍ଷା ସହ ବିଜୁଳି ଓ ୪୦-୫୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।

Share