ନୂଆଦିଲ୍ଲୀ,୨୭।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ଶୁକ୍ରବାର ୭୫ ଜଣ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୪ରେ ପହଞ୍ଚିଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କେରଳରେ ସର୍ବାଧିକ ୧୩୭ ଜଣ କରୋନା ପଜିଟିଭ ମିଳିଥିବା ବେଳେ ମହାରାଷ୍ଟ୍ରରେ ପ୍ରାୟ ୧୩୫ ଜଣ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ସେହିପରି ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରି ସାରିଛି।