୨୪ ଘଣ୍ଟାରେ ଦେଶରେ ୧,୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ: ମୃତକଙ୍କ ସଂଖ୍ୟା ୫ଶହ ଟପିଲା

ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ନେଇ ଗୋଟିଏ ପଟେ ଦେଶର ଲକ୍‌ଡାଉନ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହଠାତ୍‌ ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୫୩ ନୂଆ କରୋନା ସଂକମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୭,୨୬୫ରେ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏହି ସୂଚନା ଏବେ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ଏମାନଙ୍କ ମଧ୍ୟରୁ ୧୪,୧୭୫ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨,୫୪୭ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୪୩ଜଣଙ୍କ କରୋନା ଯୋଗୁ ମୃତ୍ୟୁ ମଧ୍ୟ ହେଲାଣି। ଗତ ୨୪ ଘଣ୍ଟାରେ ସବୁଠାରୁ ଅଧିକ ୩୬ ଜଣଙ୍କ ମୃତ୍ୟୁ ହୋଇଛିି। ତେବେ ମହାରାଷ୍ଟ୍ରରେ ସର୍ବଧିକ ୪,୨୦୩ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦୭ଜଣ ସୁସ୍ଥ ହୋଇଛନ୍ତି ଓ ୨୨୩ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲରେ ୨,୦୦୩ ସଂକ୍ରମିତ ଥିବା ବେଳେ ୭୨ ଜଣ ସୁସ୍ଥ ହୋଇଛନ୍ତି ଓ ୪୫ ଜଣଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନରେ ୧,୪୭୮ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮୩ ସୁସ୍ଥ ଓ ୧୪ ଜଣଙ୍କ ମୃତ୍ୟୁ ହୋଇଛି।

Share