୨୪ ଘଣ୍ଟାରେ ବିଶ୍ୱରେ ପ୍ରାୟ ୨ ଲକ୍ଷ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ କବଳରେ। ଶୁକ୍ରବାର ସୁଦ୍ଧା ୨୧୦ ଦେଶ ଏବଂ ୨ ଜାହାଜରେ ଏହା ପହଞ୍ଚିଛି। ଗୁରୁବାର କରାଯାଇଥିବା ଆକଳନ ଅନୁଯାୟୀ ଏଥିରେ ୨୦ ଲକ୍ଷ ୮୯ ହଜାର ୨୩୭ଜଣ ଆକ୍ରାନ୍ତ ହୋଇଥିବା ବେଳେ ଶୁକ୍ରବାର ଏହା ପ୍ରାୟ ୨ ଲକ୍ଷ ଅଧିକ ହୋଇ ୨୧ ଲକ୍ଷ ୯୨ହଜାର ୫୬୯ରେ ପହଞ୍ଚିଛି। ଭାରତରେ ଗୁରୁବାର ମଧ୍ୟରାତ୍ର ସୁଦ୍ଧା ୧୩,୩୮୭ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେଥିରୁ ସୁସ୍ଥ ହୋଇ ୧,୭୪୮ଜଣ ଡିସ୍‌ଚାର୍ଜ ହୋଇଥିବା ବେଳେ ୧୧,୨୦୧ ଆକ୍ଟିଭ କେସ୍‌ ରହିଛନ୍ତି। ସେଥିରୁ ୪୩୭ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ଓଡ଼ିଶାରେ ମଧ୍ୟରାତ୍ର ପର୍ଯ୍ୟନ୍ତ ୭,୫୭୭ଟି ନମୁନା ପରୀକ୍ଷା ରିପୋର୍ଟ ମିଳିଛି। ସେଥିରେ ୬୦ ପଜିଟିଭ,୧୯ଜଣ ସୁସ୍ଥ, ୪୧ ସଂକ୍ରିୟ ଥିବା ସଂକ୍ରମିତ ରହିଛନ୍ତି। ତେବେ ପୂର୍ବଭଳି ୧ ମୃତ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share