Categories: ଜାତୀୟ

୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୧୬ ପୋଲିସକର୍ମୀ କରୋନା ପଜିଟିଭ୍‌

ମୁମ୍ବାଇ, ୨୭।୫: ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୭ ହଜାର ୪୬୬ଟି ମାମଲା ସାମ୍ନାକୁ ଆସିଥିବାବେଳେ ୧୭୫ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହୋଇଛି। ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଆଗରେ ଅଛି ମହାରାଷ୍ଟ୍ର। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬୦ ହଜାରରେ ପହଞ୍ଚି ଥିବାବେଳେ ୧୯୮୨ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ଗତ ୨୪ ଘଣ୍ଟାରେ ୧୧୬ ପୋଲିସକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଫଳରେ କରୋନା ସଂକ୍ରମିତ ପୋଲିସକର୍ମୀଙ୍କ ସଂଖ୍ୟା ୨,୨୧୧ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଏହି ଭୂତାଣୁରେ ୨୫ଜଣ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଛି।

Share