ନୂଆଦିଲ୍ଲୀ,୨୦।୫: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଲକ୍ଷେ ୮ ହଜାର ୧୨୧ ନମୁନା ପରୀକ୍ଷା ହୋଇଥିବା ଆଇସିଏମ୍ଆର୍ ପକ୍ଷରୁ କୁହାଯାଇଛି। ବୁଧବାର ପୂର୍ବାହ୍ନ ୯ଟା ସୁଦ୍ଧା ଦେଶରେ ୨୫ ଲକ୍ଷ ୧୨ ହଜାର ୩୮୮ ନମୁନା ପରୀକ୍ଷା ହୋଇଛି। ସୂଚନାଯୋଗ୍ୟ, ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୬ ହଜାର ୮୮୬ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୩ ହଜାର ୩୦୩ ଛୁଇଁଛି। ସେହିପରି ୪୨ ହଜାର ୩୦୯ ସୁସ୍ଥ ହୋଇ ସାରିଛନ୍ତି।