ଭୁବନେଶ୍ୱର, ୨୪।୪(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ନମୁନା ପରୀକ୍ଷା ହୋଇଛି। ଗୁରୁବାର ୨୪୭୪ଟି ନମୁନା ପରୀକ୍ଷା ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆର୍ଏମ୍ଆର୍ସିରେ ୧୨୪୧, ଏମ୍ସରେ ୧୧୫, ଏସ୍ସିବିରେ ୫୪୮, ଏମ୍କେସିଜିରେ ୪୫, ଭୀମସାରରେ ୬୬, ଆଇଏଲ୍ଏସ୍ରେ ୩୭୭, ଆଇଜିଏସ୍ରେ ୬୩ ଓ ଆପୋଲୋରେ ୧୯ଟି ନମୁନା ପରୀକ୍ଷା ହୋଇଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇସାରିଲେଣି।