ମାଲକାନଗିରି,୨୩ା୮ (ଡି.ଏନ.ଏ.)- ମାଲକାନଗିରି ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସାପ କାମୁଡାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଦେବା ମାଡକାମୀ ଓ ମାଳତି ରାୟ। ମାଲକାନଗିରି ଥାନା ଅନ୍ତର୍ଗତ ଟିଟିବିରି ଗ୍ରାମର ଦେବା ଗୁରୁବାର ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଫଳରେ ତାଙ୍କର କିଛି ସମୟ ପରେ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟ ଏକ ଘଟଣାରେ ଓରକେଲ ଥାନା ଅଞ୍ଚଳରେ ମାଳତୀ ରାୟଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଛି। ମାଳତି ଫୁଲ ତୋଳିବାକୁ ଯାଇଥିବା ବେଳେ ସାପ କାମୁ ଶିକାର ହୋଇଥିଲେ। ସୂଚନାଯୋଗ୍ୟ ଯେ, ଜିଲାରେ ଗତ ୨ ମାସ ମଧ୍ୟରେ ସାପ କାମୁଡାରେ ୭ଜଣଙ୍କ ମୃତ୍ୟୁ ହେଲାଣି।