୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୦,୩୮୬

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ହେଲେ ଆଉ ଏକ ଖୁସି ଖବର ହେଉଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦,୩୮୬ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ନେଇ ଏବେ ଦେଶରେ ୨,୦୪,୭୧୦ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ଏବେ ଦେଶରେ କରୋନା ସୁସ୍ଥ ହାର ରହିଛି ୫୩.୭୯ ପ୍ରତିଶତ। ସେପଟେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର କରିସାରିଲାଣି। ଖୁବ୍‌ଶୀଘ୍ର ଏହା ୪ ଲକ୍ଷ ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ଏବେସୁଦ୍ଧା କରୋନା ସଂକ୍ରମଣରେ ଦେଶରେ ମୃତକଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରି ସାରିଲାଣି।

Share