ଛତ୍ରପୁର,୭ା୪(ଡି.ଏନ.ଏ.)-କରୋନା ସଂକ୍ରମଣ ପ୍ରତିହତ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାରେ ବାଇକ୍‌ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ତଥାପି କେତେଜଣ ବାଇକ୍‌ ଧରି ବୁଲୁଥିବାରୁ ପୋଲିସ ଜବତ କରୁଛି। ଗତ ୨୪ ଘଣ୍ଟାରେ ବିଭିନ୍ନ ଥାନା ପକ୍ଷରୁ ୧୧୭ଟି ବାଇକ ଜବତ ହୋଇଛି। ଏଥିସହ ନିର୍ଦ୍ଦେଶନାମା ଉଲ୍ଲଂଘନ ନେଇ ୧୪ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Share