୨୪ ଘଣ୍ଟାରେ ୧୨୦ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୪,୯୮୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବାସହ ୧୨୦ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଏହାକୁ ନେଇ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦,୯୨୭ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୫୩,୯୪୬ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୩୪,୧୦୯ ଜଣ ସୁସ୍ଥ ହୋଇସାରିଲେଣି। ଆଉ ଦେଶରେ ରବିବାର ସକାଳ ସୁଦ୍ଧା କରୋନା ସଂକ୍ରମଣରେ ୨,୮୭୨ ଜଣଙ୍କ ମୃତ୍ୟୁ ହେଲାଣି। ସୂଚନାଯୋଗ୍ୟ, ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପି ଯାଇଛି। ଏବେ କିନ୍ତୁ ଚାଇନା ଅପେକ୍ଷା ସଂକ୍ରମଣ ହାରରେ ଭାରତ ଗୋଟିଏ ପାଦ ଆଗକୁ ଚାଲିଯାଇଛି।

Share