୨୪ ଘଣ୍ଟାରେ ୧୮୦୦ରୁ ଅଧିକ କରୋନା ସଂକ୍ରମିତ ହେଲେ ସୁସ୍ଥ

ନୂଆଦିଲ୍ଲୀ,୧୩।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଇତିମଧ୍ୟରେ ୭୪ ହଜାର ୨୮୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୨ ହଜାର ୪୧୫ ଛୁଇଁଛି। ବୁଧବାର ସୁଦ୍ଧା ୨୪ ହଜାର ୩୮୫ ସଂକ୍ରମିତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୫୨୫ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୨୨ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏହି ସମୟ ମଧ୍ୟରେ ସର୍ବାଧିକ ୧୮୭୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହା ପୂର୍ବରୁ ମେ ୧୦ରେ ୨୪ ଘଣ୍ଟା ମଧ୍ୟରେ ୧୬୬୯ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସଂକ୍ରମିତଙ୍କ ସୁସ୍ଥ ହେବା ହାର ୩୨.୮୩ ପ୍ରତିଶତ ରହିଛି। ସମ୍ପ୍ରତି ୪୭ ହଜାର ୪୮୦ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Share