ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗିଲାଣି। ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣରେ ୩୦୬ ଜଣଙ୍କ ମୃତ୍ୟୁ ହେବା ସହ ରେକର୍ଡ ଭାଙ୍ଗିଛି ସଂକ୍ରମିତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୧୫,୪୧୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଅନ୍ୟପଟେ ଏହାକୁ ନେଇ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଅତିକ୍ରମ କରି ସାରିଛି। ଏହି ସଂକ୍ରମିତଙ୍କ ମଧ୍ୟରୁ ୨,୨୭,୭୫୬ ଜଣ ସୁସ୍ଥ ହୋଇଥିବା ବେଳେ ଦେଶରେ ସୁସ୍ଥତା ହାର ଭଲ ରହିଛି ବୋଲି କହୁଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ।