Categories: ଜାତୀୟ

୨୪ ଘଣ୍ଟାରେ ୮ ହଜାର ୯୦୯ ନୂଆ ଆକ୍ରାନ୍ତ ଚିହ୍ନଟ: କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଲା

ନୂଆଦିଲ୍ଲୀ,୩।୬ : ମହାମାରୀ କରୋନା ଭାରତରେ କାୟା ବିସ୍ତାର କରିଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୮ ହଜାର ୯୦୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି। ସେହପରି ୨୪ ଘଣ୍ଟାରେ ଦେଶରେ ୨୧୭ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨ ଲକ୍ଷ ୭ ହଜାର ୬୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୩୦୩ ଜଣ ସୁସ୍ଥ ହୋଇଥିବା ବେଳେ ୫ ହଜାର ୮୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଦେଶରେ ୧ ଲକ୍ଷ ୧ ହଜାର ୪୯୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ୨ ହଜାର ୪୬୫ ଲୋକଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୭୨ ହଜାର ଟପିଛି। ଦ୍ୱିତୀୟରେ ତାମିଲନାଡୁ ରହିଛି। ଏଠାରେ ଏପର୍ଯ୍ୟନ୍ତ ୨୪ ହଜାରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୯୭ଜଣଙ୍କ ମୃତ୍ୟୁ ଘଟିଛି। ଏହି ତାଲିକାର ତୃତୀୟରେ ରହିଛି ଦିଲ୍ଲୀ। ରାଜ୍ୟରେ ଏପର୍ଯ୍ୟନ୍ତ ୨୨ ଜହାର ୧୩୨ଟି ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୫୫୬ ଜଣଙ୍କ ମୃତ୍ୟୁ ଘଟିଛି।

Share