୨୪ ଘଣ୍ଟା ପର୍ଯ୍ୟନ୍ତ ଶରୀର ବାହାରେ ସୁରକ୍ଷିତ ରହିପାରିବ ମାନବ ହୃଦୟ

ଲଣ୍ଡନ,୧୫।୨: ଏବେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍‌ କରିବା ସହଜ ହୋଇପାରିବ। ଶରୀର ବାହାରେ ନୂତନ ଜ୍ଞାନକୌଶଳ ଦ୍ୱାର ୨୪ ଘଣ୍ଟା ସୁରକ୍ଷିତ ରଖାଯାଇପାରିବ। କେତେକ କୃତ୍ରିମ ଉପକରଣ ସହାୟତାରେ ଏଭଳି କରାଯାଇପାରିବ। ପରୀକ୍ଷାମୂଳକ ଭାବେ ଘୁଷୁରିର ହୃଦୟକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରିଛି। ଉତ୍ତର କୋରୋଲିନାର ଡୁରହାମ୍‌ଠାରେ ଥିବା ଡ୍ୟୁକ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏଭଳି ଗବେଷଣା କରି ବେଶ୍‌ ସଫଳ ରହିଛନ୍ତି। ଏସମ୍ପର୍କିତ ୧୮ ସେକେଣ୍ଡର ଏକ ଭିଡ଼ିଓ ମଧ୍ୟ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଛି।

Share