୨୪ ଘଣ୍ଟା ଭିତରେ ଧରା ପଡ଼ିଲେ ୫ ଡକାୟତ

ନୂଆପଡା ଅଫିସ,୧୬ା୪- କରୋନା ମୁକାବିଲା କାମରେ ପୋଲିସ ନିଦ ହଜି ଯାଇଛି। ହେଲେ ଅସାମାଜିକ ବ୍ୟକ୍ତି ଏହାର ସୁଯୋଗରେ ଅପରାଧିକ କାର୍ଯ୍ୟକଳାପ ଚଳାଇଛନ୍ତି। ନୂଆପଡ଼ା ଜିଲା ଖରିଆରରୋଡ ସହରରେ ଏକ ଡକାୟତି ଘଟଣାରେ ଚବିଶ ଘଣ୍ଟା ମଧ୍ୟରେ ପୋଲିସ ଚଢାଉ କରି ୫ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୮୯ଟି ମୋବାଇଲ ସେଟ୍‌, ନଗଦ ୪୦ହଜାର ଟଙ୍କା ସହ ୧୩ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ ଜବତ ହୋଇଛି।