୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇଟି ବଡ ଧରଣର ଗୁଳିକାଣ୍ଡ

ଓହିଓ,୪।୮: ଆମେରିକାର ଓହିଓରେ ହୋଇଥିବା ଦ୍ୱିତୀୟ ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିରେ ଅନ୍ୟ ୧୬ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଟେକ୍ସାସର ଏଲ୍‌ ପାସୋରେ ହୋଇଥିବା ଗୁଳିକାଣ୍ଡର କିଛି ଘଣ୍ଟା ପରେ ଦ୍ୱିତୀୟ ଗୁଳିକାଣ୍ଡଟି ହୋଇଛି। ତେବେ ଟେକ୍ସାସ ଗୁଳିକାଣ୍ଡରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିଲା।

Share