Categories: ଜାତୀୟ

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାହୁଲଙ୍କୁ ଭେଟିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ,୧୯।୫: ନିର୍ବାଚନ ଫଳାଫଳ ପୂର୍ବରୁ କେନ୍ଦ୍ରରେ କିଏ ହେବ ଶାସକ? ସେନେଇ ଆରମ୍ଭ ରହିଛି କଳ୍ପନାଜଳ୍ପନା। ଏହି ମର୍ମରେ କେନ୍ଦ୍ରରେ ଅଣ-ଭାଜପା ସାମ୍ମୁଖ୍ୟ ଗଠନ ପାଇଁ ଉଦ୍ୟମ ତୀବ୍ର ହୋଇଥିବା କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଭେଟିଛନ୍ତି। ସେ ଶନିବାର ରାହୁଲଙ୍କୁ ସାକ୍ଷାତ୍‌ କରିଥିବାବେଳେ ପୁଣିଥରେ ରବିବାର ଭେଟିଛନ୍ତି। ଏହାକୁ ନେଇ କେନ୍ଦ୍ରୀୟ ରାଜନୀତି ବେଶ୍‌ ସରଗରମ ହେବାରେ ଲାଗିଛି।

Share