Categories: ଜାତୀୟ

୨୪ ଘଣ୍ଟା ମଧ୍ୟରେ ସେନାର ଦ୍ୱିତୀୟ ପ୍ରହାର: ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୫ ।୪: ଜମ୍ମୁ-କଶ୍ମୀରରେ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀଙ୍କ ଉପରେ ଦ୍ୱିତୀୟ ପ୍ରହାର କରାଯାଇଛି । ଏଥିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । କୁପୱାରା ଜିଲାର ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା । ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ରଙ୍ଗଦୋରୀ ବହକଠାରେ ସେନାର ୮ ଜାଠ ରେଜିମେଣ୍ଟ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସେନା ପକ୍ଷରୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହାର ଜବାବରେ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ଅଧିକ ଆତଙ୍କବାଦୀଙ୍କ ସନ୍ଧାନରେ ଏଠାରେ ସର୍ଚ୍ଚ ଅପରେଶନ ଜାରି ରହିଛି । ସୂଚନାଯୋଗ୍ୟ, ପୂର୍ବରୁ ଶୁକ୍ରବାର ସେନାର ସର୍ଚ୍ଚ ଅପରେଶନ୍ ସମୟରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଜଣେ ଯବାନ ଶହୀଦ୍ ହୋଇଥିବା କୁହାଯାଉଛି ।

Share