୨୪ ଜିଲାକୁ ଡେଇଁଲା କରୋନା

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୪ ଜିଲାରେ କରୋନା କାୟା ବିସ୍ତାର କରିସାରିଲାଣି। କିଛି ଦିନ ତଳେ ଏହି ତାଲିକାରେ ସମ୍ବଲପୁର ଓ କନ୍ଧମାଳ ସହର ଯୋଡି ହୋଇଥିଲା। ତେବେ ବୁଧବାର ମାଲକାନଗିରିରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଉ ଏକ ଜିଲା ଏହି ତାଲିକାରେ ଯୋଡି ହୋଇଯାଇଛି।
ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଗଞ୍ଜାମ ଜିଲା ସର୍ବାଗ୍ରେ ରହିଛି। ଏହି ଜିଲାରେ ମୋଟ ୩୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୪୩ ସୁସ୍ଥ ହୋଇଥିବା ବେଳେ ୭୩୯ଜଣ ଚିକିତ୍ସାଧୀନ ଅଛନ୍ତି। ୬ଜଣଙ୍କର ମୃତ୍ୟୁ ଘଟିଛି।

Share