Categories: ଜାତୀୟ

୨୪ ସପ୍ତାହରେ ବି ଗର୍ଭପାତ କରିପାରିବେ ମହିଳା: କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨୯।୧: ଏଣିକି ମହିଳାମାନେ ୨୪ ସପ୍ତାହରେ ମଧ୍ୟ ଗର୍ଭପାତ କରିପାରିବେ। ଏସମ୍ପର୍କିତ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି। ୧୯୭୧ ମେଡିକାଲ ଟର୍ମିନେଶନ ଅଫ୍‌ ପ୍ରେଗ୍ନାସି ଆକ୍ଟର ସଂଶୋଧନ କରାଯାଇ ଏଭଳି କରାଯାଇଛି। ଏହାକୁ ସଂସଦର ଆଗାମୀ ଅଧିବେଶନରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି। ଗତବର୍ଷ ଏନେଇ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗର୍ଭପାତ ସମୟସୀମା ୨୦ ସପ୍ତାହରୁ ୨୪ ଏବଂ ୨୬ ସପ୍ତାହକୁ ବୃଦ୍ଧି କରାଇବା ପାଇଁ ଏଥିରେ କୁହାଯାଇଥିଲା। ଏସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଚାର ବିମର୍ଷ ମଧ୍ୟ ହୋଇଥିଲା। ତେବେ ନୀତି ଆୟୋଗର ମତାମତ ନିଆଯିବା ପରେ ଏନେଇ ଯେ କୌଣସି ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା।

Share