୨୫ବର୍ଷ ପରେ…

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ରିଷି କପୁର। ଯୁବାବସ୍ଥାରେ ସେ ନିଜକୁ ଜଣେ ରୋମାଣ୍ଟିକ ନାୟକ ଭାବରେ ପରିଚୟ ସୃଷ୍ଟି କରିଥିଲେ। ‘ବବି, ପ୍ରେମ ରୋଗ, ସରଗମ୍‌, କର୍ଜ, ନସିବ ଅପନା ଅପନା, ଦୋସ୍ତି ଦୁସ୍‌ମନୀ, ନାଗିନା, ଚାନ୍ଦିନୀ, ହେନା, ବୋଲ୍‌ ରାଧା ବୋଲ୍‌, ଦାମିନୀ, ଦିଓ୍ବାନା, ଅମର ଆକବର ଆନ୍ଥୋନୀ’ ପରି ଶତାଧିକ ସିନେମାରେ ନିଜର ଅଭିନୟ ଦକ୍ଷତା ଦେଖାଇ ସାରିଛନ୍ତି। ପ୍ରଥମ ସିନେମା ‘ବବି’ ପାଇଁ ସେ ଶ୍ରେଷ୍ଠ ନବାଗତ ଅଭିନେତା ଭାବରେ ଫିଲ୍ମ ଫେୟାର ପୁରସ୍କାର ହାସଲ କରିଥିଲେ। ହେଲେ ଏହାର ୨୫ବର୍ଷ ପରେ ସେ ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାର ଜୀବନବ୍ୟାପୀ ସାଧନା ପାଇଁ ପାଇଥିଲେ। ନିତୁ ସିଂଙ୍କୁ ବିବାହ କରିବା ପୂର୍ବରୁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା। ସେତେବେଳେ ନିତୁଙ୍କୁ ସବୁବେଳେ ସେ ଚିଡ଼ାଉଥିଲେ। ଥରେ ‘ଅମର ଆକବର ଆନ୍ଥୋନୀ’ ଫିଲ୍ମର ଶୁଟିଂ ସମୟରେ ନିତୁ ମେକଅପ ନେଉଥାଆନ୍ତି। ଏହି ସମୟରେ ରିଷି ମେକଅପ ରୁମ୍‌କୁ ଆସି କହିଲେ, ‘ନିତୁ ତୁମକୁ ଏହି ମେକଅପ ମାନୁନାହିଁ। ଏହା କହି ସେ ତାଙ୍କ ଗାଲରେ କାଜଲ ଲଗାଇ ଦେଇଥିଲେ। ତା’ପରେ ନିତୁ ପୁଣି ଥରେ ମେକଅପ ନେଇଥିଲେ। ମାଧୁରୀ ଦୀକ୍ଷିତଙ୍କ ସହ ରିଷି ବେଶ୍‌ କେତୋଟି ସିନେମାରେ ଅଭିନୟ କରିଛନ୍ତି। ପୁଣି ଏପରି ସଂଯୋଗ ‘ୟେ ଜଓ୍ବାନୀ ହୈ ଦିଓ୍ବାନୀ’ରେ ତାଙ୍କର ପୁଅ ରଣବୀର କପୁରଙ୍କ ସହ ମାଧୁରୀ ଏକ ଆଇଟମ ନମ୍ବରରେ ନାଚିଥିଲେ। ‘ଦିଓ୍ବାନା’ ଚଳଚ୍ଚିତ୍ରରେ ‘ଐସି ଦିଓ୍ବାନଙ୍ଗି ଦେଖା ନହିଁ କହିଁ’ ଗୀତରେ ଶାହରୁଖ-ଦିବ୍ୟା ଭାରତୀଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ପ୍ରଥମେ ଏହି ଗୀତରେ ଶାହରୁଖଙ୍କ ବଦଳରେ ନିଜକୁ ସାମିଲ କରିବାକୁ ରିଷି ଚାପ ପକାଇଥିଲେ ବୋଲି ଶୁଣିବାକୁ ମିଳେ।

Share