୨୫ରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ

ରସୁଲପୁର,୮।୪(ଡିଏନଏ): ରସୁଲପୁର ବ୍ଲକ ବ୍ରହ୍ମବରଦାକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଏପ୍ରିଲ ୧୨ ପର୍ଯ୍ୟନ୍ତ ଶଟଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏହି ଅବଧି ମଧ୍ୟରେ ବ୍ରହ୍ମବରଦା ଅଞ୍ଚଳକୁ ଯାତାୟାତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହି ଅଞ୍ଚଳକୁ ସିଲ କରାଯାଇ କରୋନା ଟିମ୍‌ ଦ୍ୱାରା ଘରକୁ ଘର ବୁଲି ତଦନ୍ତ କରାଯାଉଛି। ଏହି ତଦନ୍ତ କାର୍ଯ୍ୟର ଅଗ୍ରଗତିକୁ ସମୀକ୍ଷା କରିବା ପାଇଁ ପ୍ରଶାସନ ବ୍ରହ୍ମବରଦାରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରୁଛି। ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ବିଡିଓ ଉମାକାନ୍ତ ପରିଡା, ବ୍ଲକ ଜନସ୍ବାସ୍ଥ୍ୟ ଅଧିକାରୀ ସୁଧିର କୁମାର ସାହୁ, ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, ସିଡିପିଓ ଦୀପ୍ତିମୟୀ ନାୟକଙ୍କ ସମେତ ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ କରୋନା ଟିମ୍‌ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ପ୍ରାରମ୍ଭିକ ଅବସ୍ଥାରେ ୧୫ଟି ଟିମ୍‌ ଗଠନ କରାଯାଇ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ବୁଧବାର ଆଉ ୭ଟି ଦଳକୁ ବଢାଇବା ସହିତ ମୋଟ ୨୨ଟି ଟିମ୍‌ ସର୍ଭେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେମାନଙ୍କଠାରୁ ଆସିଥିବା ରିପୋର୍ଟ ଆଧାରରେ ଏବେ ସୁଦ୍ଧା ମୋଟ ୩୨ ଲୋକ କରୋନା ଆକ୍ରାନ୍ତ ମୌଲବୀ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ଏହି ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ମୌଲବୀ ସଂସ୍ପର୍ଶରେ ଆସିଥିବା କେତେକ ବ୍ୟକ୍ତି ୧୦୪କୁ ଫୋନ କରି ନାମ ପଞ୍ଜୀକରଣ କରିଥିବାରୁ ଏହି ସଂଖ୍ୟା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏହାଛଡା ଡାକ୍ତରୀ ଦଳ ପକ୍ଷରୁ ୨୫ରୁ ଊର୍ଦ୍ଧ୍ୱ କରୋନା ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରାଯାଇଛି। ଏହି ସବୁ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଏହି ଅଞ୍ଚଳର କରୋନା ସ୍ଥିତି ସମ୍ପର୍କରେ ଅନୁମାନ ଲଗାଯାଇ ପାରିବ ନାହିଁ। ସନ୍ଦିଗ୍ଧଙ୍କ ମଧ୍ୟରୁ ଯଦି କାହାର ପଜିଟିଭ ଆସେ ତେବେ ତାର ଲିଙ୍କ ବି ଖୋଜାଯିବ। ଏହିଭଳି ଭାବେ କରୋନା ନ ବ୍ୟାପିବା ପାଇଁ ପ୍ରୟାସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ

ଗୋପ,୨୬।୯: ବୁଧବାର ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍...

ଏଥର ସରୋଗେସି ମାତୃତ୍ୱ କ୍ଷେତ୍ରରେ ମିଳିବ ଛୁଟି: ମହିଳା କର୍ମଚାରୀଙ୍କୁ ୧୮୦ଦିନ, ପୁରୁଷଙ୍କୁ ୧୫ଦିନ

ଭୁବନେଶ୍ୱର,୨୬।୯(ଶର୍ମିଷ୍ଠା ପାଣିଗ୍ରାହୀ): ଏଥର ଉଧାର ମାତୃତ୍ୱ ଅର୍ଥାତ ସରୋଗେସି ପାଇଁ ମିଳିବ ଛୁଟି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ଉଧାର...

୪ ମାସର ଶିଶୁପୁତ୍ରଙ୍କୁ କରିଥିଲେ ହତ୍ୟା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ

ବାଲେଶ୍ୱର,୨୬।୯(ବାଞ୍ଛାନିଧି ଦେ): ୪ ମାସର ଏକ ଶିଶୁପୁତ୍ର ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ୍‌ ଦାସ ଅଭିଯୁକ୍ତ ବାପାଙ୍କୁ...

ପରିବାର ଛାଡି ଲିଭ୍‌ ଇନ୍‌ରେ ରହୁଥିଲେ ମହିଳା: ହତ୍ୟା କଲା ପ୍ରେମିକ

ବଣାଇଁ,୨୬।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା କନ୍ୟାଶ୍ରମ ବସ୍ତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଗୁରୁବାର ପୋଲିସ ମୃତଦେହ ଜବତ କରି...

ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ: ହସ୍ପିଟାଲ ଆସି ରୋଗୀ ହଟହଟା

ବରଗଡ଼, ୨୬।୯( ପ୍ରେମାନନ୍ଦ ଖମାରୀ): ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି। ବରଗଡ଼ ଜିଲାରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏଥିରେ...

ଖଣି ମାଫିଆଙ୍କ ହାତବାରିସୀ ସାଜିଛି ପୋଲିସ: ଗୁମର ଫିଟାଇଲା ଏଡିଜିଙ୍କ ଚିଠି

କଟକ,୨୬ା୯: ଡ୍ୟୁଟି ଛାଡ଼ି ଅଣ ପୋଲିସ କାର୍ଯ୍ୟରେ ମାତିଛନ୍ତି ଅଧିକାରୀ। ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ ପୋଲିସ କରୁଛନ୍ତି ସହାୟତା। ଏସ୍‌ପି ଓ ଡିସିପିଙ୍କୁ...

ଫୁଲୁଛି ସୁବର୍ଣ୍ଣରେଖା: ପୁଣି ବଡ଼ବନ୍ୟା ଆଶଙ୍କା 

ଭୋଗରାଇ,୨୬l୯(ପ୍ରଦୀପ ଦାସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ୩ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିବାରୁ ବାଲେଶ୍ୱର ଜିଲାର ସବୁଠି ଜଳାର୍ଣ୍ଣବ ସହିତ ଜନଜୀବନ ଦୁର୍ବିଷହ...

ମନ୍ଦିର ପରିସରରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଆତ୍ମହତ୍ୟା

ଧରାକୋଟ,୨୬ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ବେଠୁଆର ଗ୍ରାମର ମା’ଘୋଡ଼ାଦେଈ ଠାକୁରାଣୀଙ୍କ ପୀଠରେ ଜଣେ ଅବସରପ୍ରାପ୍ତ ଶିକ୍ଷକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri