୨୫ରେ ‘ମାଲ ମହୁ ଜୀବନ ମାଟି’ର ଟ୍ରେଲର ରିଲିଜ୍‌

ଭୁବନେଶ୍ୱର,୨୩-୧୦(ବ୍ୟୁରୋ):ଓଡ଼ିଆ ଚଳଚ୍ଚିତ୍ର ‘ମାଲ ମହୁ ଜୀବନ ମାଟି’ ନଭେମ୍ବର ୮ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ତୋଷ ନୋହିଲା ମୋର ଚିତ୍ତ’ର ପ୍ରସିଦ୍ଧ ବରା ଦୋକାନୀ ବିଷ୍ଣୁ ସାହୁ ଚରିତ୍ର ଉପରେ ଫିଲ୍ମଟି ଆଧାରିତ। ‘ଆମର ମ୍ୟୁଜିକ୍‌’ ନିବେଦିତ ଓ ନବୀନ ଭଣ୍ଡାରି ପ୍ରଯୋଜିତ ଏହି ଫିଲ୍ମରେ ବିଷ୍ଣୁ ସାହୁ ଚରିତ୍ରରେ ଅଭିନୟ କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା। ଫିଲ୍ମର ନାୟିକା ଏଲିନା ସାମନ୍ତରାୟ ହୋଇଥିବାବେଳେ ବିଷ୍ଣୁ ସାହୁଙ୍କ ପୁଅ ତଥା ନାୟକ ଭାବେ ସବ୍ୟସାଚି ମିଶ୍ରଙ୍କୁ ଦେଖିବାକୁ ମିଳିବ। ସବୁଠାରୁ ବଡ଼ କଥା ହେଲା ଚଳଚ୍ଚିତ୍ରରେ ଏକାଧିକ ଭିନ୍ନକ୍ଷମ ଏଥିପାଇଁ ରିଲିଜ୍‌ ପୂର୍ବରୁ ଅଭିନବ ଶୈଳୀରେ ଫିଲ୍ମ ପ୍ରମୋଶନ ଆରମ୍ଭ ହୋଇଯାଇଛି। ଆମର ଷ୍ଟୁଡିଓ ଫାଷ୍ଟଟେକ୍‌ ଫ୍ୟାଶନ୍‌ ଡଟ୍‌ କମ୍‌ ସହିତ ସହବନ୍ଧିତ ହୋଇ ଚଳଚ୍ଚିତ୍ର ପ୍ରିମିୟର୍‌ରେ ସାମିଲ ହେବାକୁ ଦର୍ଶକଙ୍କ ପାଇଁ ଓ୍ବେବ୍‌ସାଇଟ୍‌ରେ ସ୍ବତନ୍ତ୍ର ଟି-ଶାର୍ଟ ଉପଲବ୍ଧ କରାଯାଇଛି। ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ଆସନ୍ତା ୨୫ରେ ୟୁଟ୍ୟୁବ୍‌ରେ ‘ମାଲ ମହୁ ଜୀବନ ମାଟି’ର ଟ୍ରେଲର୍‌ ରିଲିଜ୍‌ ହେବ।

Share