୨୫୯ ଅଭିଯୋଗ ଶୁଣିଲେ ଜିଲାପାଳ

ନିଆଳି,୩ା୧୨(ଡି.ଏନ୍‌.ଏ)- ନିଆଳି ବ୍ଲକ ପରିସର ମଧ୍ୟରେ ଥିବା ରାଜୀବ ଭବନଠାରେି ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ଅଶୋକ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଜିଲାପାଳ ଭାବନୀ ଶଙ୍କର ଚଇନି ଏଥିରେ ଯୋଗଦେଇ ୨୫୯ଟି ଅଭିଯୋଗ ଶୁଣିଥିଲେ। ସେଥିମଧ୍ୟରୁ ୨୩୬ ବ୍ୟକ୍ତିଗତ ଥିବାବେଳେ ସାମୂହିକ ୨୩ଟି ଅଭିଯୋଗ ରହିଥିଲା। ବିଶେଷକରି ଫନୀ ବାତ୍ୟାରେ ଘରଦ୍ୱାର ହରାଇଥିବା ଲୋକେ ଘରଭଙ୍ଗା ସହାୟତାରୁ ବଞ୍ଚିତ ଥିବା ନେଇ ଅଭିଯୋଗ ହୋଇଥିଲା। ସେହପରି ଚାଷୀଙ୍କର ପାନ, ଧାନ ମାଛ, ନଡିଆ, ଗୁଆ ଗଛ ଆଦି ନଷ୍ଟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସାହାଯ୍ୟ ମିଳି ନ ଥିବା ଜିଲାପାଳଙ୍କୁ ଜଣାଇଥିଲେ। ଏହିସବୁ ଅଭିଯୋଗକୁ ଜିଲାପାଳ ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଲୋକମାନଙ୍କର କାର୍ଯ୍ୟ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ବିଭିନ୍ନ ରୋଗରେ ପୀଡ଼ିତ ଥିବା ରବିବ ଦାସ, ଶାଇ ଶୁଭମ ଓ ମାଧବର ମାନସୀ ପ୍ରଧାନଙ୍କୁ ତଦନ୍ତ କରି ସହାୟତା ଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ଗ୍ରାମାଞ୍ଚଳ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ଅତିରିକ୍ତ ଜିଲାପାଳ ଖଣ୍ଡାୟତରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଅବ୍ଦୁଲ ଅବ୍‌ତାର, ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା, ଜିଲା ସମାଜ ମଙ୍ଗଳ ଅଧିକାରୀ ନିରୂପମା ବେହେରା, ତହସିଲଦାର ରଞ୍ଜନ କୁମାର ଜେନା, ବ୍ଲକ ଅଧ୍ୟକ୍ଷା କଳ୍ପନା ପାଣ ପ୍ରମୁଖ ଯୋଗଦେଇଥିଲେ।

Share