୨୫ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ପୁରୀ ଅଫିସ, ୧୦ା୮: ପୁରୀ ସହର ବ୍ରାଉନସୁଗାରର ପେଣ୍ଟସ୍ଥଳୀ ପାଲଟିଛି। ଏହାର ଚେର କଲିକତା ପର୍ଯ୍ୟନ୍ତ ଲମ୍ବିଛି। କଟକ ଓ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଏ ନେଇ ଧରପଗଡ ପରେ ମେଟ୍ରୋ ସହର ବେପାରୀ ଏବେ ପୁରୀ ମୁହଁ। ହୋଇଛନ୍ତି। ଗତ ୬ତାରିଖରେ ନରେନ୍ଦ୍ରକୋଣ ଅଞ୍ଚଳରେ ଜଣେ ମହିଳାଙ୍କୁ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଅବକାରୀ ପୋଳିସ ଗିରଫ କରିଥିବାବେଳେ ଶୁକ୍ରବାର ପୁଣି ଜଣେ ମହିଳାଙ୍କୁ ଉକ୍ତ ଅଞ୍ଚଳରୁ ବ୍ରାଉନସୁଗାର ସହ ଗିରଫ କରିଛି। ଗିରଫ ମହିଳା ହେଲେ ପାଞ୍ଚେଇ ନାୟକ(୪୦)। ତାଙ୍କ ଠାରୁ ୨୫ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ମିଳିଥିବା ସୂଚନା ପ୍ରକାରେ ପାଞ୍ଚେଇ ନରେନ୍ଦ୍ରକୋଣ ଅଞ୍ଚଳରେ ଏକ ବ୍ରାଉନସୁଗାର ପୁଡିଆ ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। କୌଣସି ସୂତ୍ରରୁ ଖବରପାଇ ସଦର ଅବକାରୀ ଆଇଆଇସି ବିକାଶ କୁମାର ନାୟକ ଏକ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। ଗ୍ରାହକ ସାଜି ତାଙ୍କ ସହ ମୂଲଚାଲ କରିଥିଲେ। ପରେ ପୋଲିସ ତାଙ୍କୁ ବ୍ରାଉନସୁଗାର ସହ ଗିରଫ କରିଥିଲା।

Share